ବ୍ରୋଇଲର ମାଂସ ବିକ୍ରିକରୁଛନ୍ତି ଯାତ୍ରା କଳାକାର
କରିଦେଇଛି। ଆଜକୁ ୨୦ ବର୍ଷ ଧରି ଉତ୍ତରକୁଳ,ସାହାଣୀ ଅପେରାରୁ ନିଜ ଯାତ୍ରା କ୍ୟାରିୟର ଆରମ୍ଭ କରିଥିବା ପ୍ରତାପ କଳିଙ୍ଗ ଗଣନାଟ୍ୟ ଏବଂ ରୂପ ମହଲ ଭଳି ଯାତ୍ରା ଅନୁଷ୍ଠାନରେ କାର୍ଯ୍ୟ କରୁଥିଲେ ।
ପରିବାର ପ୍ରତିପୋଷଣ ପାଇଁ ବାଧ୍ୟ ହୋଇ କୁକୁଡ଼ା ମାଂସ ବିକ୍ରି କରିବା ପେଷାକୁ ଆପଣେଇ ନେଇଛନ୍ତି ସେ । ଦିନେ ସଙ୍ଗୀତର ଯାଦୁରେ ସମଗ୍ର ଓଡିଶାକୁ ହଲଚଲ କରୁଥିଲେ ପ୍ରତାପ । କିନ୍ତୁ ଆଜି ଆଉ ତାଙ୍କର ସେ ଗୀତ ଗାଇବା ମଞ୍ଚ ନାହିଁ କି ସଙ୍ଗୀତର ସ୍ୱର ନାହିଁ । ହାତରେ ରହିଛି ପନିଖି ଏବଂ କିଲୋପଲା । ଏହା ହିଁ ପାଲଟିଛି ତାଙ୍କ ରୋଜଗାରର ମାଧ୍ୟମ। ତେବେ କେବଳ ପ୍ରତାପ ନୁହେଁ ବରଂ ଅନେକ ଯାତ୍ରା କଳାକାରଙ୍କୁ ହିନସ୍ତା କରିଛି କରୋନା ମହାମାରୀ (covid -19)।

Comments
Post a Comment