ସ୍ପେଶାଲ ଟ୍ରେନ ବାତିଲ



ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର! ଅନିର୍ଦ୍ଧିଷ୍ଟ କାଳ ଯାଏଁ ଗଡିବ ଏହି ୨୨ ଟି ଟ୍ରେନ ।


ଭୁବନେଶ୍ୱର: ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଠାରୁ ପୂର୍ବ ଘୋଷଣା ଅନୁଯାୟୀ ଜୁନ ମାସ ଶେଷ ପର୍ଯ୍ୟନ୍ତ ଚଳାଚଳ କରୁଥିବା ୨୨ ଟି ସ୍ପେଶାଲ ଟ୍ରେନ ସେବାକୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରାଇବାକୁ ରେଳମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି। ଏହି ଟ୍ରେନ ଗୁଡିକ ଜୁନ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳଜ କରାଯିବାକୁ ପୂର୍ବରୁ ଘୋଷଣା କରାଯାଇଥିଲା।
ପଢନ୍ତୁ ଟ୍ରେନ ଲିଷ୍ଟ
ସମସ୍ତ ସ୍ପେଶାଲ ଟ୍ରେନ ଲିଷ୍ଟ  :
୧:- 02866/02865 ପୁରୀ-ମୁମ୍ବାଇ ଏଲଟିଟି
୨:- 02827/02828 ପୁରୀ-ସୁରଟ
୩:-08449/08450 ପୁରୀ-ପାଟନା
୪:- 08477/08488 ପୁରୀ-ଯୋଗ ନାଗରୀ ଋଷିକେଶ
୫:- 02859 / 02860 ପୁରୀ-ଚେନ୍ନାଇ ସେଣ୍ଟ୍ରାଲ ସ୍ପେଶାଲ୍ ଟ୍ରେନ୍
୬:- 02827/02828 ପୁରୀ-ସୁରଟ ସ୍ପେଶାଲ ଟ୍ରେନ
୭:-02819/02820 ଭୁବନେଶ୍ୱର-ଆନନ୍ଦ ବିହାର
୮:-02880/02879 ଭୁବନେଶ୍ୱର-ମୁମ୍ବାଇ ଏଲଟିଟି
୯:-08479/08480 ଭୁବନେଶ୍ୱର-ତିରୁପତି
୧୦:-02839/02840 ଭୁବନେଶ୍ୱର-ଚେନ୍ନାଇ ସେଣ୍ଟ୍ରାଲ
୧୧:-02845 /02846 ଭୁବନେଶ୍ୱର-ବାଙ୍ଗାଲୋର କ୍ୟାଣ୍ଟ
୧୨:-02898/02897 ଭୁବନେଶ୍ୱର-ପଣ୍ଡିଚେରୀ
13:-08496/08495 ଭୁବନେଶ୍ୱର-ରାମେଶ୍ୱରମ୍
14:-08306/08305 ସମ୍ବଲପୁର-ହାଓଡ଼ା
15:-08311/08312 ସମ୍ବଲପୁର-ମାଣ୍ଡୁଆଡିହ
୧୬:-02851/02852 ଓ 02887/02888 ବିଶାଖାପାଟନମ୍-ନିଜାମୁଦ୍ଦିନ
୧୭:-02869/02870 ବିଶାଖାପାଟନମ୍-ଚେନ୍ନାଇ
୧୮:-02857/02858 ବିଶାଖାପାଟନମ୍-ମୁମ୍ବାଇ ଏଲଟିଟି
୧୯:-08501/08502 ବିଶାଖାପାଟନାମ୍-ଗାନ୍ଧୀଧାମ
୨୦:-07488/07487 ବିଶାଖାପାଟନାମ୍-କଡପ୍ପା
୨୧:-02831/02832 ବିଶାଖାପାଟନାମ୍-ଲିଙ୍ଗମପଲ୍ଲୀ
୨୨:-02898/02897 ଭୁବନେଶ୍ୱର-ପଣ୍ଡିଚେରୀ

ଅବଶ୍ୟ, 08477/08488 ପୁରୀ-ଯୋଗ ନଗରୀ ଋଷିକେଶ-ପୁରୀ ସ୍ପେଶାଲ୍ ୨୩ ଜୁଲାଇ ପର୍ଯ୍ୟନ୍ତ ଏବଂ ଅନ୍ୟ ଉପରୋକ୍ତ ଟ୍ରେନ୍ ଗୁଡିକ ସ୍ଥିରୀକୃତ ଦିନରେ ରଥ ଯାତ୍ରା ସମୟରେ କୋଭିଡ୍ ପ୍ରୋଟୋକଲ୍ ଦୃଷ୍ଟିରୁ ଖୋର୍ଦ୍ଧା ରୋଡ୍ ଏବଂ ପୁରୀ ମଧ୍ୟରେ ଉଭୟ ଦିଗରୁ ବାତିଲ୍ ହୋଇ ରହିବ।

ଏହି ଟ୍ରେନ ଗୁଡିକ ପାଇଁ ସ୍ଥିରୀକୃତ ରହଣି ସ୍ଥାନ ଓ ଷ୍ଟେସନମାନଙ୍କ ଠାରେ ସମୟ ସାରଣୀରେ କୌଣସି ପରିବର୍ତ୍ତନ ହେବନାହିଁ। ଯାତ୍ରୀମାନଙ୍କୁ ଅନୁରୋଧ କରାଯାଉଅଛି ଯେ ସେମାନେ ଜାତୀୟ ଟ୍ରେନ୍ ଅନୁସନ୍ଧାନ ସିଷ୍ଟମ୍ (NTES) https://enquiry.indianrail.gov.in/mntes/ କିମ୍ବା http://www.indianrail.gov.in/enquiry/StaticPages/StaticEnquiry.jsp?StaticPage=index ଅନୁସରଣ କରି ବିଭିନ୍ନ ଷ୍ଟେସନରେ ଟ୍ରେନ୍ ଆଗମନ ଓ ପ୍ରସ୍ଥାନ ସମ୍ବନ୍ଧରେ ସୂଚନା ପାଇ ପାରିବେ।

Comments